Aman Prem avatar

ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ

amanprem

Published: 30 Sept 2021 › Updated: 30 Sept 2021ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ

ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି କୋଭିଡ୧୯ ଟୀକା ସହ ଜଡିତ ଭୁଲ ତଥ୍ୟ ଦେଉଥିବା ଭିଡିଓକୁ ୟୁଟ୍ୟୁବ ତାର ପ୍ଲାଟଫର୍ମରୁ ହଟେଇ ଦେବ ବୋଲି ଘୋଷଣା କରିଛି । ୟୁଟ୍ୟୁବର କହିବାନୁଯାୟୀ, ଅନେକ ଭିଡିଓ ରହିଛି ଯେଉଁଥିରେ କରୋନା ଟୀକା ସହ ଜଡିତ ଭୁଲ ତଥ୍ୟ ଦିଆ ଯାଉଛି ।

ୱାଶିଙ୍ଗଟନ ପୋଷ୍ଟ ରିପୋର୍ଟ ମୁତାବକ, ରବର୍ଟ ଏଫ୍ କ୍ୟାନେଡୀ ଜୁନିୟର ଏବଂ ଜୋସେଫ ମର୍କୋଲାଙ୍କ ସମେତ ଅନେକ କାର୍ଯ୍ୟକାର୍ତ୍ତାଙ୍କ ଚ୍ୟାନେଲକୁ ବ୍ଲକ କରିଦେଇଛି ୟୁଟ୍ୟୁବ ।

ସୂଚନାଯ୍ୟୋ, ଏହାପୂର୍ବରୁ ଅଗଷ୍ଟ ମାସରେ ୟୁଟ୍ୟୁବ ତାର ପ୍ଲାଟଫର୍ମରୁ ୧୦ ଲକ୍ଷ ଭିଡିଓ ହଟେଇ ଥିଲା, ଯାହା ଦ୍ୱାରା କରୋନା ସହ ଜଡିତ ଭୁଲ ତଥ୍ୟ ପ୍ରସାର କରାଯାଉଥିଲା ।

ଆଗାମୀ ଦିନରେ ୟୁଟ୍ୟୁବ ଏକ ଖାସ୍ ଫିଚର୍ସ ତାର ପ୍ଲାଟଫର୍ମରେ ଯୋଡିବାକୁ ଯାଉଛି । ଚ୍ୟାପ୍ଟର ପିଚର ନାମକ ଏହି ଫିଚର ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମଶିନ ଲର୍ଣ୍ଣିଂ ଏଲଗେ୍ାରିଦିମ୍ ଟେକନିକ୍ ଉପରେ କାମ କରିବ । କୁହାଯାଉଛି କି ଏହି ଫିଚର ଆସିବା ଦ୍ୱାରା ୟୁଜର୍ସଙ୍କୁ ଭିଡିଓ ଅପଲୋଡ କରିବାରେ ସହଜ ହେବ । ବର୍ତ୍ତମାନ ଏହା ଉପରେ ଟେଷ୍ଟିଂ ଚାଲିଛି ।

Leave ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews-youtube posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem