Aman Prem avatar

ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ

amanprem

Published: 29 Sept 2021 › Updated: 29 Sept 2021ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ

ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ୬ରେ ଶେଷ ହେଉଛି ପିତୃପକ୍ଷ । ଏହାପରେ ଅକ୍ଟୋବର ୭ ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ୧୪ ତାରିଖରେ ମହାନବମୀ ଏବଂ ୧୫ ରେ ଦଶହରା ପର୍ବ ପାଳନ କରାଯିବ । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କର ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରାଯାଇଥାଏ । ଶାସ୍ତ୍ରରେ ମା ଦୁର୍ଗାଙ୍କର ୯ଟି ରୂପକୁ ବାଖ୍ୟା କରାଯାଇଛି । ମାଙ୍କର ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରିବା ଦ୍ୱାରା ବିଶେଷ ପୂଣ୍ୟ ମିଳିଥାଏ ।

ଏଥରକ ନବରାତ୍ରୀରେ ମା ଦୁର୍ଗା ପାଲିଙ୍କିରେ ବସି ଧରାବତରଣ କରିବେ । ଅର୍ଥାତ ଏଥରକ ମା ଦୁର୍ଗାଙ୍କ ବାହାନ ଡୋଲି । ଶାସ୍ତ୍ରରେ ବର୍ଣ୍ଣି କଥାନୁସାରେ ନବରାତ୍ରୀର ଆରମ୍ଭ ଯଦି ସୋମବାର ଏବଂ ରବିବାରରୁ ହେଉଛି ତେବେ ଦେବୀ ମା ହାତୀ ଉପରେ ବସି ଆସିବେ, ସେହିପରି ଯଦି ନବରାତ୍ରୀର ଆରମ୍ଭ ଶନିବାର କିମ୍ବା ଶୁକ୍ରବାର ହୁଏ ତେବେ ମା ଦୁର୍ଗାଙ୍କ ଆଗାମନ ଘୋଡା ଉପରେ ହୋଇଥାଏ । ନବରାତ୍ରିର ଶୁଭାରମ୍ଭ ଯଦି ବୁଧବାର ହୁଏ ତେବେ ମା ଦୁର୍ଗାଙ୍କ ବାହାନ ନୌକା ହୋଇଥାଏ । ଯଦି ନବରାତ୍ରୀର ଆରମ୍ଭ ଗୁରୁବାର କିମ୍ବା ଶୁକ୍ରବାର ହୁଏ ତେବେ ମା ପାଲିଙ୍କିରେ ବସି ଆସିଥାନ୍ତି । ସେହିଅନୁଯାୟୀ ଏଥରକ ନବରାତ୍ରୀ ଗୁରୁବାର ଆରମ୍ଭ ହେଉଛି ତେବେ ମା ପାଲିଙ୍କିରେ ବସି ଧରାବତରଣ କରିବେ ।

Leave ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews-religionnavratristarts7thoctober posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem