ଚାଲିଛି ଭୋଟ ଗଣତି, ଆଗରେ କେଜ୍ରିବାଲ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ଏବେ ନିର୍ବାଚନି ମାହୋଲ ଗରମାଗରମ ରହିଛି । ଗତ ୮ତାରିଖ ଦିନ ଦିଲ୍ଲୀ ବିଧାନସଭା ନିମନ୍ତେ ଭୋଟ ଗଣତି ହୋଇଥିବା ବେଳେ ଆଜି ତାହାର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି ।
ଆଜି ସକାଳ ୮ଟାରୁ ସମସ୍ତ ପାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯିବା ନିମନ୍ତେ ଭୋଟ ଗଣତି କରାଯାଉଛି । ଏଥିପାଇଁ ସମସ୍ତଙ୍କ ନଜର ଏହା ଉପରେ ରହିଛି ଯେ କେଉଁ ଦଳ ଏହି ନିର୍ବାଚନରେ ବାଜିମାତ କରିବା ସହ ଦିଲ୍ଲୀ ବିଧାନସଭାରେ ନିଜର ଶାସନ କରିପାରୁଛି ।
କ୍ରମାଗତ ତୃତୀୟଥର ପାଇଁ କେଜ୍ରିବାଲ ଏହି ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ହରାଇବା ପାଇଁ ୨୮ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୭୦ଟି ବିଧାନସଭା ଆସନରୁ ୫୦ଟିରେ ଆପ୍ ଆଗରେ ରହିଥିବା ବେଳେ ବିଜେପି ୨୦ଟି ଆସନରେ ଆଗରେ ରହିଛି। ସେହି ସମୟରେ କଂଗ୍ରେସ ପଛରେ ରହିଛି।
ସମସ୍ତଙ୍କୁ ପଛରେ ପକାଇ କେଜ୍ରିୱାଲ ଏବେ ଯାଏ ଗଣତି ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ୩୧, ୫୮୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ ବିଜେପି ପ୍ରାର୍ଥୀ ବହୁ ପଛରେ ରହିଛନ୍ତି।
ଅନ୍ୟପଟେ ଏବିସିଡି ଜିଲ୍ଲା ଅଧୀନରେ ଦିଲ୍ଲୀ ନିର୍ବାଚନମଣ୍ଡଳୀ ରହିଛି। ସେହିପରି ନୂଆଦିଲ୍ଲୀ ଲୋକସଭା ଅଧୀନରେ ଏହି ଆସନ ଆସୁଛି।
୨୦୧୯ ଲୋକସଭା ନିର୍ବାଚନ ବେଳେ କେଜ୍ରିୱାଲ ଏଠାରେ ପ୍ରଚାର କରିଥିଲେ। ହେଲେ ବିଜେପି ଏଠାରେ ବାଜିମାତ କରିଥିଲା। ତେବେ ଦେଖିବାକୁ ବାକି ରହିଲା ଫଳାଫଳ ଗଣତି ଶେଷ ହେବା ପରେ ଦିଲ୍ଲୀ ନିର୍ବାଚନରେ କିଏ ବାଜିମାତ କରି ଦିଲ୍ଲୀ ବିଧାନସଭାରେ ଶାସନ କରିପାରୁଛି ।
Leave ଚାଲିଛି ଭୋଟ ଗଣତି, ଆଗରେ କେଜ୍ରିବାଲ to:
Read more #steempress posts
Best Posts From Aman Prem
We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.
More Posts From Aman Prem
- The Tamanna Show -Episode -04 (Human Body)
- ଡିଜିଟାଲ ପ୍ଲାଟଫର୍ମରେ ଏହି ତାରିଖରେ ରିଲିଜ୍ ହେବ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ସନକ’
- ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍
- ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ
- ପିପିଲି ଉପନିର୍ବାଚନ: ଭୋଟ ଦେଲେ ୩ ରାଜନୈତିକ ଦଳର ପ୍ରାର୍ଥୀ
- ଦେଶରେ ଗୋଟେଦିନରେ ୨୩,୫୨୯ କରୋନା ମାମଲା ଚିହ୍ନଟ
- ରାଜ୍ୟରୁ ଗୋଟେଦିନରେ କରୋନାରେ ୬ ଜଣଙ୍କ ମୃତ୍ୟୁ
- ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ କରୋନା ରୋଗୀ
- ମୋଦି ସରକାରଙ୍କ ନିଷ୍ପତି, ରେଲୱେ ଦୁଇଟି ପ୍ରକଳ୍ପ ସମେତ ପିଏମ ପୋଷଣ ଯୋଜନାକୁ ମଞ୍ଜୁରୀ
- ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ