Aman Prem avatar

ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ

amanprem

Published: 13 Feb 2020 › Updated: 13 Feb 2020ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ

ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ । ଏହି ଅବସରରେ ଆଜି ବାଚସ୍ପତ୍ତି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଜି ଅପରାହ୍ନରେ ଏହି ବୈଠକ ବସିବ । ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ଓ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବାଚଷ୍ପତ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

ସୂଚନାଯୋଗ୍ୟ ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ପ୍ରଥମ ଦିନରେ ଗୃହକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ଭୋଧିତ କରିବେ । ସେପଟେ ବିଜୁ ଜନତା ଦଳ ଓ ବିଜେପି ଓ କଂଗ୍ରେସ ପୃଥକ ଭାବେ ସେମାନେ ସେମାନଙ୍କ ବିଧାୟକ ଦଳ ବୈଠକ ଡାକିବେ । ବଜେଟ ଅଧିବେଶନ ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆସନ୍ତା ୧୮ ତାରିଖରେ ଗୃହରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ । ତେବେ ସୂତ୍ରର ସୂଚନା ଅନୁସାରେ ଏଥର ବିଧାନସଭାରେ ବିରୋଧୀ ବିଜୁ ପକ୍କା ଘର ଯୋଜନା ,ଓବିସି ଗଣନାକୁ ନେଇ ସରକାରଙ୍କୁ ଘେରି ପାରନ୍ତି । ସେହିଭଳି କାଳିଆ ଯୋଜନାକୁ ନେଇ ମଧ୍ୟ ଏ ସରକାରଙ୍କୁ ଘେରିବେ ବିରୋଧୀ ।

ଅନ୍ୟପଟେ କଂଗ୍ରେସ ରେଳ ବଜେଟରେ ହୋଇଥିବା ପାତର ଅନ୍ତରକୁ କଂଗ୍ରେସ ଗୃହରେ ଉଠାଇ ଉଭୟ ଶାସକ ଓ ବିଜେପିକୁ ଟାର୍ଗେଟ କରିବ । ସେହିଭଳି ଏଇ ନିକଟରେ ୧୧ କେଭି ବିଦ୍ୟୁତ ତାରରେ ଲାଗି ବସ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ପ୍ରସଙ୍ଗ ମଧ୍ୟ ବିରୋଧୀ ଗୃହରେ ଉଠାଇବେ ବୋଲି ଜଣା ପଡିଛି ।

Leave ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #steempress posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem