Aman Prem avatar

ପାଠ ପଢାଇଲେ ମନ୍ତ୍ରୀ

amanprem

Published: 11 Feb 2020 › Updated: 11 Feb 2020ପାଠ ପଢାଇଲେ ମନ୍ତ୍ରୀ

ପାଠ ପଢାଇଲେ ମନ୍ତ୍ରୀ


ଚିତ୍ରକୋଣ୍ଡା (ଏଟିଆର ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷାର ମାନ ଧୀରେ ଧୀରେ ନିମ୍ନ ହେଉଥିବାର ଅଭିଯୋଗ ଆସୁଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗ ଅତି ଗୁରୁତ୍ୱର ଭାବେ ଗ୍ରହଣ କରିଛି । ରାଜ୍ୟ ସରକାରଙ୍କ ୫ଟି ଅଧିନରେ ଶିକ୍ଷା ବିଭାଗ ଆସିବା ପରଠାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରିବା ସହ ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷା , ବିଦ୍ୟାଳୟର ଭିତ୍ତିଭୂମି, ଓ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରୁଛନ୍ତି ।

alt


ତେବେ କେବଳ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ତାହା ନୁହେଁ, ବିଭିନ୍ନ ବିଧାୟକ ଓ ମନ୍ତ୍ରୀ ମଧ୍ୟ ବିଦ୍ୟାଳୟ ଯାଇ ସମସ୍ତ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଗତକାଲି ଜନଜାତି ଓ ପଛୁଆ ବର୍ଗର କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗ୍ରସ୍ତ କରିବା ସହ ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଗଣିତ ଓ ଇଂରାଜୀ ପଢାଇଥିଲେ । ଏହାସହ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ପିଲାମାନଙ୍କ ସହ ଆଲୋଚନା କରିବା ସହ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଯାହାକି ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

alt

ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସୁନ୍ଦରଗଡ ଜିଲ୍ଲାର ଏକ ବିଦ୍ୟାଳୟକୁ ପରିଦର୍ଶନ ନିମନ୍ତେ ଯାଇ ପିଲାମାନଙ୍କୁ ପାଠ ପଢା ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେହିପରି ପୂର୍ବରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅଚାନକ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗ୍ରସ୍ତ କରିବା ସହ ପିଲାମାନଙ୍କୁ ଗଣିତ ପାଠ ପଢାଇଥିଲେ । ମନ୍ତ୍ରୀମାନଙ୍କର ଏହିଭଳି ଗ୍ରସ୍ତ ଫଳରେ ବିଦ୍ୟାଳୟମାନଙ୍କରେ ଶିକ୍ଷାର ମାନ ବୃଦ୍ଧି ହେବା ସହ ବିଭିନ୍ନ ଭିତ୍ତିଭୂମିର ଉନ୍ନତି ହୋଇପାରିବ ବୋଲି ରାଜ୍ୟ ସରକାର ଆଶାବାନ ଅଛନ୍ତି ।

Leave ପାଠ ପଢାଇଲେ ମନ୍ତ୍ରୀ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #steempress posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem