
ଟୀକା ଲଗାଇବା ପାଇଁ ରେସ୍ତୋରାଂରେ ମାଗଣା ଖାଦ୍ୟ ଏବଂ ବିୟର ଅଫର୍
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିଚାଲିଛି କରେନା ସଂକ୍ରମଣ । ଯାହାଫଳରେ ଲୋକଙ୍କ ମନରେ ଏକପ୍ରକାରର ଭୟ ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଏଭଳି ସ୍ଥିତିରେ ଏବେ ଟୀକାକରଣ ଉପରେ ଅଧିକ ଜୋର ଦିଆଯାଉଛି । ଅନେକ ଦେଶରେ ସରକାରି ଏବଂ ଘରୋଇ କମ୍ପାନୀ ଗୁଡିକ ଲୋକଙ୍କୁ ଟୀକା ଲଗାଇବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି । ଏଥିରେ ରେସ୍ତୋରାଂରୁ ମାଗଣା ଖାଦ୍ୟଠୁ ନେଇ ବିୟର ପାର୍ଲରରେ ମାଗଣା ବିୟର ଅଫର ମଧ୍ୟ ସାମିଲ ଅଛି । କ୍ୟାବ ସର୍ଭିସ କମ୍ପାନୀ ଉବର ଏକ ବଡ ଘୋଷଣା କରିଛି । ଦିଲ୍ଲୀରେ ୧,୫ କୋଟି ପର୍ଯ୍ୟନ୍ତ ମାଗଣା ରାଇଡ ଦେବାର ଘୋଷଣା କରିଛି କମ୍ପାନୀ । ସେହିପରି ଟୀକା ଲଗାଇଥିବା ପ୍ରଥମ ୨୦୨୧ ଲୋକଙ୍କୁ ପାଞ୍ଚ ଥର ମାଗଣାରେ ବିୟର ଦେବାର ଅଫର କରିଛି ଆମେରିକା ର ଓହିୟୋରେ ମାର୍କେଟ ଗାର୍ଡେନ ବ୍ୟୁରୋ ।
ତେବେ ଆସନ୍ତୁ ଜାଣିବା ଟୀକା ଲଗାଇବା ପାଇଁ ଦୁନିଆରେ କେଉଁ କେଉଁ ପ୍ରକାରର ଅଫର ଦିଆଯାଉଛି:
- ଟୀକା ଲଗାଇବା ପାଇଁ ଚୀନ ସରକାର ଅନେକ ଅଫର ଦେଉଛନ୍ତି । ସେହିପରି ହେନାନ ପ୍ରାନ୍ତର ଏକ ସହରରେ ସ୍ଥାନୀୟ ସରକାର ଟୀକା ନଲଗାଉଥିବା ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦେବାର ଚେତାବନୀ ଦେଇଛନ୍ତି ।
- ଆମେରିକାରେ ମ୍ୟାକ ଡୋନଲ୍ଡସ, ଆଟଆଣ୍ଡଟି, ଇଂସାକାର୍ଟ, ଟାରଗେଟ, ଟ୍ରେଡର ଜୋସ, କୋବାନୀ ଭଳି କମ୍ପାନୀ ଟୀକା ଲଗାଇ ଥିବା ତାଙ୍କ ଷ୍ଟାଫଙ୍କୁ ଛୁଟି ଏବଂ ଟଙ୍କା ଦେବାର ଘୋଷଣା କରିଛନ୍ତି ।
- କ୍ୟାବ ଏଗ୍ରିଗେଟର ଉବର କମ୍ପାନୀ ଭାରତ ସମେତ ପୁରା ଏସିଆ, ଉତ୍ତର ଆମେରିକା ଏବଂ ୟୁରୋପରେ ଟୀକାକରଣ ପାଇଁ ମାଗଣା ରାଇଡର ଅଫର ଦେଇଛି । କମ୍ପାନୀ କହିଛି କି ଟୀକାକରଣ କେନ୍ଦ୍ର ପଯର୍ଯ୍ୟନ୍ତ ଯିବା ଆସିବା ପାଇଁ ଅକ୍ଷମ ଲୋକଙ୍କୁ ଏକ କୋଟିର ମାଗଣା ରାଇଡ ମିଳିବ ।
- ବେଜିଙ୍ଗରେ ମଧ୍ୟ ଅନେକ ଟୀକାକରଣ କେନ୍ଦ୍ର ବାହାରେ ମାଗଣାରେ ଆଇସକ୍ରିମ ଦିଆଯିବାର ବୋର୍ଡ ଲଗାଯାଇଛି ।
Leave ଟୀକା ଲଗାଇବା ପାଇଁ ରେସ୍ତୋରାଂରେ ମାଗଣା ଖାଦ୍ୟ ଏବଂ ବିୟର ଅଫର୍ to:
Read more #atrnews posts
Best Posts From Aman Prem
We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.
More Posts From Aman Prem
- The Tamanna Show -Episode -04 (Human Body)
- ଡିଜିଟାଲ ପ୍ଲାଟଫର୍ମରେ ଏହି ତାରିଖରେ ରିଲିଜ୍ ହେବ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ସନକ’
- ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍
- ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ
- ପିପିଲି ଉପନିର୍ବାଚନ: ଭୋଟ ଦେଲେ ୩ ରାଜନୈତିକ ଦଳର ପ୍ରାର୍ଥୀ
- ଦେଶରେ ଗୋଟେଦିନରେ ୨୩,୫୨୯ କରୋନା ମାମଲା ଚିହ୍ନଟ
- ରାଜ୍ୟରୁ ଗୋଟେଦିନରେ କରୋନାରେ ୬ ଜଣଙ୍କ ମୃତ୍ୟୁ
- ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ କରୋନା ରୋଗୀ
- ମୋଦି ସରକାରଙ୍କ ନିଷ୍ପତି, ରେଲୱେ ଦୁଇଟି ପ୍ରକଳ୍ପ ସମେତ ପିଏମ ପୋଷଣ ଯୋଜନାକୁ ମଞ୍ଜୁରୀ
- ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ