Aman Prem avatar

କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ହ୍ୟାଣ୍ଡ ସାନିଟାଇଜରକୁ ନେଇ କଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

amanprem

Published: 07 May 2021 › Updated: 07 May 2021କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ହ୍ୟାଣ୍ଡ ସାନିଟାଇଜରକୁ ନେଇ କଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ହ୍ୟାଣ୍ଡ ସାନିଟାଇଜରକୁ ନେଇ କଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କରୋନା କାଳ ମଧ୍ୟରେ ଏବେ ବାରମ୍ବାର ହାତ ସାନିଟାଇଜ କରିବା ପାଇଁ କୁହାଯାଉଛି । ସଂକ୍ରମଣକୁ ରୋକିବାକୁ ହେଲେ ହାତ ସଫା ରଖିବା ନିହାତି ଆବଶ୍ୟକ । କିନ୍ତୁ କିଭଳି ଏବଂ କେତେ ପରିମାଣର ସାନିଟାଇଜ୍ ବ୍ୟବହାର କରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କିଛି ଟିପ୍ସ ସେୟାର କରାଯାଇଛି । କୁହାଯାଇଛି କି ଆଲକୋହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ସମୟରେ କିଛି କଥା ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ହେଉଛି, ପୁରା ହାତରେ ସାନିଟାଇଜ ଲଗାଇବା ଏବଂ ସଠିକ ଶୈଳୀରେ ଦୁଇ ପାପୁଲିକୁ ଘଷିବା । ଏଭଳି ପ୍ରକ୍ରିୟା ୨୦ ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ କରିବା ଉଚିତ୍ ।

ସାନିଟାଇଜରରେ ଥିବା ଆଲକୋହଲ କୌଣସି ବି ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାକୁ ଦର୍ଶା ଯାଇନାହିଁ । ଅଲକୋହଲ ଅଳ୍ପ ମାତ୍ରା ଚର୍ମରେ ଅବଶୋସିତ ହୋଇଥାଏ । ଅଧିକାଂଶ ସାମଗ୍ରୀରେ ଚର୍ମର ଶୁଷ୍କତାକୁ ହ୍ରାସ କରୁଥିବା ଏକ ପ୍ରଭାବ ରହିଥାଏ ।

ବିଶେଷଜ୍ଞମାନେ ମଧ୍ୟ ହାତ ଧୋଇବା ପାଇଁ ସାବୁନ ଏବଂ ପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ବାରମ୍ବାର ହ୍ୟୃାଣ୍ଡ ସାନିଟାଇଜର ବ୍ୟବହାର କରିବା ନିରାପଦ ଅଟେ । ଅଲକୋହଲ ଯୁକ୍ତ ସାନିଟାଇଜର ଆଣ୍ଟିବାୟୋଟିକ ପ୍ରତିରୋଧ ସୃଷ୍ଟି କରେ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁଯାୟୀ ଯଦି କେହି ସାର୍ବଜନିକ ସ୍ଥାନରେ ସାନିଟାଇଜର ବ୍ୟବହାର କରନ୍ତି ତେବେ ଜୀବାଣୁର ବିପଦ କମିଯାଏ ।

ସେହିପରି ହାତ ଗ୍ଲୋବ୍ସ ପିନ୍ଧିବା ହାତ ସ୍ୱଚ୍ଛତା ସ୍ଥାନ ନେଇ ପାରିବ ନାହିଁ । ସେଥିପାଇଁ ବାରମ୍ବାର ହାତ ଧୋଇବା ଉଚିତ୍ । ସ୍ୱାସ୍ଥ୍ୟ ସେବା କର୍ମୀମାନେ କେବଳ ତାଙ୍କ କାମରେ ଗ୍ଲୋବ୍ସ ପିନ୍ଧିଥାନ୍ତି ।

Leave କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ହ୍ୟାଣ୍ଡ ସାନିଟାଇଜରକୁ ନେଇ କଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews-handsanitizer posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem