Aman Prem avatar

ଚଳିତ ମାସ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ

amanprem

Published: 11 Feb 2020 › Updated: 11 Feb 2020ଚଳିତ ମାସ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ

ଚଳିତ ମାସ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ


ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମୋରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଆମୋରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ମାସ ୨୪ ଓ୨୫ ତାରିଖରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଭାରତ ଅସୁଛନ୍ତି । ଭାରତ ଗସ୍ତ ବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଗତ ସେପ୍ଟେମ୍ବର ମାସରେ ଟେକ୍ସାସରେ ହୋଇଥିବା ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦି ଟ୍ରମ୍ପଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।

ଟ୍ରମ୍ପଙ୍କ ଗସ୍ତକୁ ନେଇ ଗତ ଜାନୁଆରୀ ୧୬ ତାରିଖରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଆମୋରିକା ପ୍ରତିପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଟ୍ରମ୍ପ ପ୍ରଥମ ଥର ପାଇଁ ଭାରତ ଗସ୍ତ କରୁଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ଗୁଜୁରାଟ ଯିବାର କାର୍ଯ୍ୟକ୍ରମ ଅଛି । ଏହା ସହ ଅହମ୍ମଦାବାଦ ସ୍ଥିତ ମୋଟରା ଅଞ୍ଚଳରେ ଥିବା ସର୍ଦାର ପଟେଲ କ୍ରିକେଟ ଷ୍ଟାଡିୟମ ଟ୍ରମ୍ପ ଉଦଘାଟନ କରିବେ ବୋଲି ଚର୍ଚ୍ଚା ହେଉଛି । ଟ୍ରମ୍ପଙ୍କ ଏହି ଗସ୍ତ ଭାରତ ଓ ଆମୋରିକାର ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

Leave ଚଳିତ ମାସ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #steempress posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem