Aman Prem avatar

ରାଜ୍ୟରୁ ଚିହ୍ନଟ ହେଲେ ନୂତନ ୬୯୯୮ କରୋନା ଆକ୍ରାନ୍ତ

amanprem

Published: 29 Apr 2021 › Updated: 29 Apr 2021ରାଜ୍ୟରୁ ଚିହ୍ନଟ ହେଲେ ନୂତନ ୬୯୯୮ କରୋନା ଆକ୍ରାନ୍ତ

ରାଜ୍ୟରୁ ଚିହ୍ନଟ ହେଲେ ନୂତନ ୬୯୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କରୋନା କୋପ ଜାରି ରହିଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦୫୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୯୪୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।

ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୪୫୨୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ ରହିଥିବା ବେଳେ ଏହି ରୋଗରୁ ୩୭୫୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୫୭୭୧୦ ଜଣ ଚିକିତ୍ସିତ ହେଉଛନ୍ତି ।

Leave ରାଜ୍ୟରୁ ଚିହ୍ନଟ ହେଲେ ନୂତନ ୬୯୯୮ କରୋନା ଆକ୍ରାନ୍ତ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews-odishacoronanewcases posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem