Published: 21 Jan 2020 › Updated: 21 Jan 2020
ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ପିଲାମାନଙ୍କ ମଧ୍ୟରେ ଇଂରାଜୀ ଭାଷାର ପ୍ରାଧାନ୍ୟକୁ ବଢାଇବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସାଧାରଣତଃ ସରକାରୀ ସ୍କୁଲମାନଙ୍କରେ ଇଂରାଜୀ ଭାଷା ପ୍ରତି ପ୍ରାଧାନ୍ୟ ଦିଆଯାଉନଥିବାରୁ , ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଏବଂ ଇଂରାଜୀ ଭାଷାର ପ୍ରାଧାନ୍ୟ ପାଇଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢାଉଛନ୍ତି । ମାତ୍ର ଏସବୁକୁ ଦୃଷ୍ଟିରେ ରଖି ଏବେ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ନିମାପଡାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷା ବୈଠକ ସମୀର ରଞ୍ଜନ ଦାସ କହିଛନ୍ତି କି, ଏବେ ସରକାରୀ ସ୍କୁଲରେ ଇଂରାଜୀ ପ୍ରତି ଗୁରୁତ୍ୱ ଦିଆଯିବ । ଏହାସହିତ ସ୍କୁଲର ଛାତ୍ର-ଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କର ଉପସ୍ଥାପନାକୁ ମଧ୍ୟ ଅନଲାଇନ୍ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି ।
ଏହି ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ୨୯୪ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ, ସିଆରସି ଏବଂ ମଣ୍ଡଳ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏଥିରେ ଅନେକ ପ୍ରସଙ୍ଗ ଉପରେ ସମୀକ୍ଷା ହୋଇଥିଲା ।
Leave ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ to:
Read more #steempress posts
Best Posts From Aman Prem
We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.
More Posts From Aman Prem
- The Tamanna Show -Episode -04 (Human Body)
- ଡିଜିଟାଲ ପ୍ଲାଟଫର୍ମରେ ଏହି ତାରିଖରେ ରିଲିଜ୍ ହେବ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ସନକ’
- ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍
- ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ
- ପିପିଲି ଉପନିର୍ବାଚନ: ଭୋଟ ଦେଲେ ୩ ରାଜନୈତିକ ଦଳର ପ୍ରାର୍ଥୀ
- ଦେଶରେ ଗୋଟେଦିନରେ ୨୩,୫୨୯ କରୋନା ମାମଲା ଚିହ୍ନଟ
- ରାଜ୍ୟରୁ ଗୋଟେଦିନରେ କରୋନାରେ ୬ ଜଣଙ୍କ ମୃତ୍ୟୁ
- ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ କରୋନା ରୋଗୀ
- ମୋଦି ସରକାରଙ୍କ ନିଷ୍ପତି, ରେଲୱେ ଦୁଇଟି ପ୍ରକଳ୍ପ ସମେତ ପିଏମ ପୋଷଣ ଯୋଜନାକୁ ମଞ୍ଜୁରୀ
- ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ