hyhy454 avatar

ଦେଶରେ ଗୋଟେଦିନରେ ୪,୧୪,୧୮୮ କରୋନା ଆକ୍ରାନ୍ତ ଚିହ୍ନଟ

hyhy454

Published: 27 Nov 2024 › Updated: 27 Nov 2024ଦେଶରେ ଗୋଟେଦିନରେ ୪,୧୪,୧୮୮ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଗୋଟେଦିନରେ ୪,୧୪,୧୮୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କାୟା ମେଲାଉଛି କିଲର ଭାଇରସ କରୋନା । ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ । ପ୍ରତ୍ୟେକ ଦିନ କରୋନାର ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ରେକର୍ଡ ଭାଙ୍ଗୁଛି ନୂତନ ମାମଲା । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାଫଳରେ ଏବେ ଚାରି ଲକ୍ଷ ଉପରେ ଦୈନିକ ମାମଲା ଚିହ୍ନଟ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୪,୧୪,୧୮୮ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୧୪,୯୧,୫୯୮ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୩୯୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୪,୦୮୩ ରେ ପହଁଚିଛି ।

ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୧,୭୬,୧୨,୩୫୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୩୬,୪୫,୧୬୪ ଟି ସକ୍ରିୟ ମାମଲା ରହିଛି ।

Leave ଦେଶରେ ଗୋଟେଦିନରେ ୪,୧୪,୧୮୮ କରୋନା ଆକ୍ରାନ୍ତ ଚିହ୍ନଟ to:

Written by

Read more #atrnews-indiacoronaupdate posts


Best Posts From hyhy454

We have not curated any of hyhy454's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From hyhy454