huz406 avatar

ଗୋଟେଦିନରେ ଦେଶରୁ ବାହାରିଲେ ୩,୬୬,୧୬୧ କରୋନା ଆକ୍ରାନ୍ତ

huz406

Published: 01 Mar 2025 › Updated: 01 Mar 2025ଗୋଟେଦିନରେ ଦେଶରୁ ବାହାରିଲେ ୩,୬୬,୧୬୧ କରୋନା ଆକ୍ରାନ୍ତ

ଗୋଟେଦିନରେ ଦେଶରୁ ବାହାରିଲେ ୩,୬୬,୧୬୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପରେ କଲବଲ ହେଉଛି ଦେଶ । ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ । ପ୍ରତ୍ୟେକ ଦିନ କରୋନାର ମାମଲା ସାମ୍ନାକୁ ଆସୁଛି । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩,୬୬,୧୬୧ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୨୬,୬୨,୫୭୫ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୩୭୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୬,୧୧୬ ରେ ପହଁଚିଛି ।

ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୧,୮୬,୭୧,୨୨୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୩୭,୪୫,୨୩୭ ଟି ସକ୍ରିୟ ମାମଲା ରହିଛି ।

Leave ଗୋଟେଦିନରେ ଦେଶରୁ ବାହାରିଲେ ୩,୬୬,୧୬୧ କରୋନା ଆକ୍ରାନ୍ତ to:

Written by

Read more #atrnews-indiacoronaupdate posts


Best Posts From huz406

We have not curated any of huz406's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From huz406